ଅଜୟ କୁମାର ଜେନା

ମୋ ଭଳି ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କ ପାଇଁ ‘ଅପ୍ରାନ୍ତ ଓଡ଼ିଆ’ ସାହାଯ୍ୟରେ କମ୍ପ୍ୟୁଟର୍‌ରେ ଓଡ଼ିଆ ଲେଖିବା ବେଶ୍‌ ସୁବିଧା ହେଉଛି। ବିଶେଷ କରି ଏଥିରେ ଥିବା ଫୋନେଟିକ୍‌ କି-ବୋର୍ଡ ମାଧ୍ୟମରେ ସହଜରେ ଓଡ଼ିଆ ଲେଖି ହେଉଛି। ସେହିଭଳି ଅପ୍ରାନ୍ତକୁ ବ୍ୟବହାର କରି ଖବର ସହିତ ବିଭିନ୍ନ ସରକାରୀ ଚିଠି ଆଦି ଟାଇପ୍‌ କରି ପ୍ରସ୍ତୁତ କରିବା ମଧ୍ୟ ସୁବିଧା ହେଉଛି। ଅନ୍ୟ କାହାର ସହାୟତା ନ ନେଇ ମୁଁ ନିଜେ ଅପ୍ରାନ୍ତ ମାଧ୍ୟମରେ ଓଡ଼ିଆରେ ଲେଖିପାରୁଛି। ମୁଁ ଲେଖି ପଠାଉଥିବା ଲେଖାକୁ ଅନ୍ୟମାନେ ମଧ୍ୟ ସୁବିଧାରେ ପଢ଼ିପାରୁଛନ୍ତି ଏଥିପାଇଁ ଅପ୍ରାନ୍ତ ଓଡ଼ିଆ ପ୍ରସ୍ତୁତ କରିଥିବା ସଂସ୍ଥାକୁ ଧନ୍ୟବାଦ ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଝାରସୁଗୁଡ଼ା

ଚନ୍ଦନ କୁମାର ଷଡ଼ଙ୍ଗୀ

ବିଧିବଦ୍ଧଭାବେ ଟାଇପିଙ୍ଗ୍‌ ଜାଣି ନଥିବା ବ୍ୟକ୍ତି ‘ଅପ୍ରାନ୍ତ ଓଡ଼ିଆ’ ସଫ୍ଟ୍‌ୱେର୍ ବ୍ୟବହାର କରି ଅତି ସହଜରେ ଓଡ଼ିଆ ଲେଖି ପାରୁଥିବାରୁ ଏହା ଏକ ଉତ୍ତମ ବ୍ୟବସ୍ଥା। କମ୍ପ୍ୟୁଟର୍‌ରେ ଥିବା ଇଂରାଜୀ କି-ବୋର୍ଡ ମାଧ୍ୟମରେ ସୁବିଧାରେ ଓଡ଼ିଆରେ ଲେଖି ହେଉଥିବାରୁ ଅପ୍ରାନ୍ତ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାକୁ ବ୍ୟବହାର କରି ଓଡ଼ିଆରେ ଇ-ମେଲ୍‌ ଲେଖିବା ଓ ଅନ୍‌ଲାଇନ ଚାଟ୍‌ କରିବା ସହଜ ହେଉଛି।

କମ୍ପ୍ୟୁଟର୍‌ ପ୍ରୋଗ୍ରାମ୍‌ର୍‌, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ମୟୁରଭଞ୍ଜ

ଶ୍ରୀ ବିପିନ୍ ବିହାରୀ ପାତ୍ର

ଓଡ଼ିଶା ସରକାର ଓଡ଼ିଆ ଭାଷାକୁ ଅଧିକ ଗୁରୁତ୍ୱ ଦେଇଥିବାରୁ ସଂସ୍କୃତି ବିଭାଗକୁ "ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ" ପରିବର୍ତ୍ତିତ କଲେ । ବର୍ତ୍ତମାନ, ସରକାରୀ ଦପ୍ତରରେ ଓଡ଼ିଆ ଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ଏବଂ ସମସ୍ତ ନଥି, ଚିଠି ପତ୍ର ଓଡିଆରେ ଲେଖାଯାଉଛି । ବିଭିନ୍ନ ଓଡ଼ିଆ ସଫ୍ଟ୍‌ୱେର୍ ମାଧ୍ୟମରେ ଲେଖିଲେ ମଧ୍ୟ କୌଣସି ପ୍ରକାରେ ସମସ୍ୟା ଘଟୁଛି, କିନ୍ତୁ ଓଡ଼ିଆ ଭାଷାରେ ‘ଅପ୍ରାନ୍ତ ଓଡ଼ିଆ’କମ୍ପୁଟର ଲିଖନ ପ୍ରଣାଳୀର ବ୍ୟବହାରରେ ସହଜତା ଓ ବ୍ୟବହାରିକ ବହୁତ ସୁବିଧାଜନକ ଲାଭ ହେଉଛି । ଯେଉଁମାନେ ଓଡ଼ିଆ ଟାଇପିଙ୍ଗ୍‌ ଜାଣିନାହାଁନ୍ତି ସେମାନଙ୍କ ପାଇଁ ‘ଅପ୍ରାନ୍ତ ଓଡ଼ିଆ’ ବ୍ୟବହାର କରି ଲେଖିବା ଏକ ଉତ୍ତମ ବିକଳ୍ପ। ଏହା ଓଡ଼ିଆ ଭାଷାର ସମୃଦ୍ଧି ଆଣିବାରେ ବହୁତ ସହାୟକ ହେବ, ଏଣୁ ମୁଁ ଏହାର ବିକାଶ, ବିସ୍ତାର, ଓ ଗୌରବମୟ ଉଜ୍ୱଳ ଭବିଷ୍ୟତ କାମନା କରୁଛି ।

ଉପଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ

ସର୍ବେଶ୍ୱର ସିଂହ

ଗତ କିଛିବର୍ଷ ଧରି ମୁଁ ‘ଅପ୍ରାନ୍ତ ଓଡ଼ିଆ’ ବ୍ୟବହାର କରିଆସୁଛି। କମ୍ପ୍ୟୁଟର୍‌ରେ ଓଡ଼ିଆରେ ଲେଖିବା ପାଇଁ ଏହା ସୁବିଧାଜନକ। ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ସରକାରୀ ଚିଠିପତ୍ର ଲେଖିବା ଏବଂ ଅନ୍ୟାନ୍ୟ ସରକାରୀ କାଗଜପତ୍ର ପ୍ରସ୍ତୁତ ନିମନ୍ତେ ଅପ୍ରାନ୍ତ ଓଡ଼ିଆ ଏକ ସହଜ ବ୍ୟବସ୍ଥା ହୋଇପାରିଛି। ଯେଉଁମାନେ ଓଡ଼ିଆ ଟାଇପିଙ୍ଗ୍‌ ଜାଣିନାହାଁନ୍ତି ସେମାନଙ୍କ ପାଇଁ ଅପ୍ରାନ୍ତ ଓଡ଼ିଆ ବ୍ୟବହାର କରି ଲେଖିବା ଏକ ଉତ୍ତମ ବିକଳ୍ପ। ମୁଁ ବିଭିନ୍ନ ସ୍ଥାନରେ ଅବସ୍ଥାପିତ ଥିବା ସମୟରେ ଅପ୍ରାନ୍ତ ଓଡ଼ିଆର ବ୍ୟବହାର କରି ଏହାର ସୁଫଳ ପାଇଛି।

ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ‌, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କର୍ତ୍ତୃପକ୍ଷ, ବାଲେଶ୍ୱର

ଖୁଦିରାମ ଟୁଡୁ

ମୁଁ ରେମୁଣା ବ୍ଲକ୍‌ରୁ ‘ଅପ୍ରାନ୍ତ ଓଡ଼ିଆ’ର କାର୍ଯ୍ୟକାରୀତା ସମ୍ପର୍କରେ ସୂଚନା ପାଇଲି। ଏହା ପରେ ମୁଁ ବିଭିନ୍ନ ସରକାରୀ କାର୍ଯ୍ୟ କରିବା ନିମନ୍ତେ ଅପ୍ରାନ୍ତ ଓଡ଼ିଆର ବ୍ୟବହାର ଗତ ୩ ବର୍ଷ ହେଲା କରିଆସୁଛି। ଅନ୍ୟ ଓଡ଼ିଆ ସଫ୍ଟୱେର୍‌ ତୁଳନାରେ ଅପ୍ରାନ୍ତରେ ଟାଇପ୍‌ କରିବା ଓ କୌଣସି ଲେଖା ପ୍ରସ୍ତୁତ କରିବା ସୁବିଧାଜନକ ଓ ସରଳ ମଧ୍ୟ। ବିଶେଷଭାବେ ଯେଉଁମାନେ ଓଡ଼ିଆ ଟାଇପିଙ୍ଗ୍‌ କରିବାରେ ଦକ୍ଷ ନୁହଁନ୍ତି, ସେମାନେ ଅପ୍ରନ୍ତ ଓଡ଼ିଆକୁ ବ୍ୟବହାର କରି ଓଡ଼ିଆରେ ସୁବିଧାରେ ଲେଖିପାରିବେ।

ପଞ୍ଚାୟତ ଅଧିକାରୀ, ରେମୁଣା ବ୍ଲକ୍‌, ବାଲେଶ୍ୱର

ସୁଶାନ୍ତ କୁମାର ବେହେରା

ଗତ ୨୦୧୫ ମସିହାଠାରୁ ମୁଁ ଉଭୟ ସରକାରୀ ତଥା ବ୍ୟକ୍ତିଗତ କାମ ପାଇଁ କମ୍ପ୍ୟୁଟର୍‌ରେ ‘ଅପ୍ରାନ୍ତ ଓଡ଼ିଆ’ ବ୍ୟବହାର କରିଆସୁଛି। ଅନ୍ୟ ଓଡ଼ିଆ ଲେଖିବା ବ୍ୟବସ୍ଥାଠାରୁ ଅପ୍ରାନ୍ତ ଓଡ଼ିଆ ସୁବିଧା ଓ ସହଜ ହେଉଛି। ବିଶେଷ କରି ଓଡ଼ିଆ ଭାଷାରେ ବ୍ୟବହୃତ ବିଭିନ୍ନ ଯୁକ୍ତାକ୍ଷର ଓ ମାତ୍ରାକୁ ଠିକ୍‌ଭାବେ ଲେଖିବା ପାଇଁ ଅପ୍ରାନ୍ତ ଓଡ଼ିଆ ବେଶ୍‌ ସରଳ ଓ ଉପଯୋଗୀ ହୋଇପାରିଛି। ଆସନ୍ତା ଦିନରେ ‘ଅପ୍ରାନ୍ତ ଓଡ଼ିଆ’ର ବ୍ୟବହାର ଅଧିକରୁ ଅଧିକ ହେବ ବୋଲି ମୋର ଆଶା।

ସହକାରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ କାର୍ଯ୍ୟାଳୟ, ରାଉରକେଲା

ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ଜେନା

ଆନନ୍ଦର ସହିତ ମୁଁ ସୂଚୀତ କରିବାକୁ ଚାହୁଁଛି ଯେ, ମୁଁ ‘ଅପ୍ରାନ୍ତ ଓଡ଼ିଆ’ କମ୍ପୁଟର ଲିଖନ ପ୍ରଣାଳୀ ବ୍ୟବହାରରେ ସହଜତା ଓ ବ୍ୟବହାରିକ କୁଶଳତାରେ କେବଳ ଆନନ୍ଦ ପାଉନାହିଁ ଗର୍ବ ମଧ୍ୟ ଅନୁଭବ କରୁଛି। ଏହା କେବଳ ଓଡ଼ିଆ ଭାଷାଭାଷୀ ମାନଙ୍କ ପାଇଁ ସହଜ ନୁହେଁ ଅନ୍ୟ ଭାଷାର ବ୍ୟକ୍ତି ପାଇଁ ମଧ୍ୟ ସହଜ ହେବ। ଏହା ଓଡ଼ିଆ ଭାଷାର ସମୃଦ୍ଧି ଆଣିବାରେ ସହାୟକ ହେଉଅଛି, ଏଣୁ ମୁଁ ଏହାର ବିକାଶ, ବିସ୍ତାର, ଓ ଗୌରବମୟ ଉଜ୍ୱଳ ଭବିଷ୍ୟତ କାମନା କରୁଛି।

ଅଧିବକ୍ତା, କେନ୍ଦୁଝର

ବସନ୍ତ କୁମାର ବେହେରା

କମ୍ପ୍ୟୁଟର୍‌ରେ ଓଡ଼ିଆ ଲିଖନ କ୍ଷେତ୍ରରେ ‘ଅପ୍ରାନ୍ତ ଓଡ଼ିଆ’ ଏକ ଯୁଗାନ୍ତକାରୀ ଅଧ୍ୟାୟ ସୃଷ୍ଟି କରିଛି। ଦୀର୍ଘ ୫ ବର୍ଷଧରି ଆମ ମହାବିଦ୍ୟାଳୟରେ ପ୍ରଶ୍ନ ପତ୍ର ଛାପିବା, ପ୍ରାଚୀର ପତ୍ରିକା ଲେଖିବା, ଅଫିସିଆଲ ପତ୍ର ଲେଖିବା, ଗଳ୍ପ କବିତାଆଦି ରଚନା ଏବଂ ନିମନ୍ତ୍ରଣ ପତ୍ର ପ୍ରସ୍ତୁତକରିବା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଏହି ସଫ୍ଟୱେର୍ ବ୍ୟବହାର କରି ଆମେ ଯଥେଷ୍ଟ ଉପକୃତ ହୋଇଛୁ। ଏହା ସହିତ ଜଣେ କ୍ଷୁଦ୍ର କବି ଭାବେ ମୁଁ ନିଜେ ଏହାକୁ ବ୍ୟବହାର କରି ଯେଉଁ ଲାଭପ୍ରାପ୍ତି ହୋଇଛି, ତାହା ସଂକ୍ଷେପରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ଆଶା କରୁଛି ଆମପରି ଅନ୍ୟମାନେ ଏହାର ବହୁଳ ବ୍ୟବାହାର କରି ଲାଭାନ୍ୱିତ ହେବେ।

ଅଧ୍ୟକ୍ଷ,ବାଲିଖଣ୍ଡ ଡିଗ୍ରୀ ମହାବିଦ୍ୟାଳୟ,ବାଲିଖଣ୍ଡ, ବାଲେଶ୍ୱର, ଓଡ଼ିଶା

ଅମ୍ବିକା ପ୍ରସାଦ କାନୁନ୍‌ଗୋ

ମୋର ବୃତ୍ତିଗତ କାର୍ଯ୍ୟରେ ମୁଁ ଦୀର୍ଘଦିନ ଧରି ‘ଅପ୍ରାନ୍ତ ଓଡ଼ିଆ’ ବ୍ୟବହାର କରିଆସୁଛି। ଏହି ସଫ୍ଟୱେର୍‌ ବ୍ୟବହାରକାରୀମାନଙ୍କ ପାଇଁ ବେଶ୍‌ ସୁବିଧା ଓ ସହଜ। ଏହାକୁ ଯେକୌଣସି ବ୍ୟକ୍ତି ସହଜରେ ବ୍ୟବହାର କରିପାରିବ। ଏଥିରେ ଓଡ଼ିଆର ସମସ୍ତ ଯୁକ୍ତାକ୍ଷରକୁ ଟାଇପ୍‌ କରାଯାଇପାରୁଥିବାରୁ ଅନ୍ୟ ଓଡ଼ିଆ ସଫ୍ଟୱେର୍‌ ତୁଳନାରେ ଏହା ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର କ୍ରୟ ମୂଲ୍ୟ ତୁଳନାରେ ଏହାର କାର୍ଯ୍ୟକାରୀତା ବେଶ୍‌ ଲାଭପ୍ରଦ। ବିଶ୍ୱବିଦ୍ୟାଳୟରେ ଗବେଷଣାରତ ଛାତ୍ରଛାତ୍ରୀମାନଙ୍କ ଏହା ବେଶ୍‌ ଉପଯୋଗୀ ହୋଇପାରିବ ବୋଲି ମୋର ବିଶ୍ୱାସ।

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର

ସୁବ୍ରତ କୁମାର ନାୟକ

ମୁଁ ଇଣ୍ଟରନେଟ୍‌ ବାବଦରେ ଜାଣିବାବେଳକୁ ବିଭିନ୍ନ ୱେବ୍‌ସାଇଟ୍‌ରେ ଓଡ଼ିଆ ଅକ୍ଷର ଦେଖିବାକୁ ପାଉ ନଥିଲି। ବେଳେବେଳେ କେଉଁଠି ଓଡ଼ିଆ ଅକ୍ଷର ଦେଖିବାକୁ ମିଳୁଥିଲେହେଁ ତାହା ପିଡିଏଫ୍‌ ଭର୍ସନରେ ଥାଏ। ଯଦିଓ କିଛି ୱେବସାଇଟ୍‌ ଓଡ଼ିଆରେ ବିକଶିତ ହୋଇଥିଲା, ସେସବୁରେ ଓଡ଼ିଆ ଅକ୍ଷରସବୁ ଏବଂ ଯୁକ୍ତାକ୍ଷରସବୁର କିମ୍ଭୂତ-କିମାକାର ଅବସ୍ଥା ଦେଖିଲେ ମନଦୁଃଖ ହେଉଥିଲା। ଏତିକିବେଳେ ‘ଅପ୍ରାନ୍ତ ଓଡ଼ିଆ’ ସହ ପରିଚୟ ହୋଇଥିଲା। କିନ୍ତୁ ଚିରାଚରିତ ଭାବେ ଅନ୍ୟ ସଫ୍ଟୱେରରେ ଟାଇପ୍‌ କରି ଇଣ୍ଟରନେଟ୍‌ରେ ଉପଲବ୍ଧ ଏକ ବ୍ୟବସ୍ଥାରେ କନ୍‌ଭର୍ଟ କରୁଥିଲି, କାରଣ ସେତେବେଳେ ଧାଡ଼ିଏ ଧାଡ଼ିଏ ଦରକାର ପଡ଼ୁଥିଲା। ପରେ କିନ୍ତୁ ଅପ୍ରାନ୍ତ ସମ୍ପୂର୍ଣ୍ଣ ଆପଣାଇଛି। ବିନା ଅସୁବିଧାରେ ଏବେ ଅତି ଦୀର୍ଘ ଲେଖା ବି ଲେଖି ହେଉଛି। ଅନ୍ୟ ଟାଇପିଂ ବ୍ୟବସ୍ଥା ପରି ଜଟିଳ ହୋଇ ନଥିବାରୁ ଏହା ଏବେ ଖୁବ୍ ଲୋକପ୍ରିୟ ହେବାରେ ଲାଗିଲାଣି। ସେଥିପାଇଁ କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା।

ଛାତ୍ର, ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ,ସମ୍ବଲପୁର

ଗଗନ ବିହାରୀ ପାଣିଗ୍ରାହୀ

ମୁଁ ଜଣେ ଚିତ୍ରଶିଳ୍ପୀ ଏବଂ ମୋର ରୁଚି ହେଉଛି କାଲ୍ଲିଗ୍ରାଫି ବା ଲିଖନରୀତି । ମୁଁ ଓଡ଼ିଆରେ ଟାଇପ୍ କରିବାକୁ ଭଲପାଏ। ଅପ୍ରାନ୍ତ ଓଡ଼ିଆ ୟୁନିକୋଡ୍ ବିଷୟରେ ମୁଁ ଜାଣିବା ପରେ ମୁଁ ଅପ୍ରାନ୍ତ ସଫ୍ଟୱେର୍‌କୁ କ୍ରୟ କରି ବ୍ୟବହାର କରୁଛି। ମୁଁ ଅପ୍ରାନ୍ତକୁ ବ୍ୟବହାର କରି ଅନେକଗୁଡ଼ିଏ ଲେଖା ଏବଂ ଦୁଇଟି କବିତା ସଙ୍କଳନ ପ୍ରସ୍ତୁତ କରିଛି। ତେଣୁ ସଂକ୍ଷେପରେ ମୁଁ ଆଜିସୁଦ୍ଧା ବ୍ୟବହାର କରିଥିବା ଅନ୍ୟାନ୍ୟ ଓଡ଼ିଆ ସଫ୍ଟୱେର୍ ତୁଳନାରେ ଅପ୍ରାନ୍ତ ସର୍ବୋତ୍କୃଷ୍ଟ। ମୁଁ ବ୍ୟକ୍ତିଗତଭାବେ ଲୋକଙ୍କୁ ଅପ୍ରାନ୍ତ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛି। ଆସନ୍ତା ଦିନରେ ଲୋକମାନେ ଓଡ଼ିଆରେ ଲେଖିବା ପାଇଁ କେଉଁ ସଫ୍ଟୱେର୍ ବ୍ୟବହାର କରିବେ ସେଥିପାଇଁ ଏହି ମତାମତ ସହାୟକ ହେବ ବୋଲି ଆଶା କରୁଛି।

ଟରଣ୍ଟୋ, କାନାଡ଼ା

କବିତା ମଲ୍ଲିକ

‘ଅପ୍ରାନ୍ତ ଓଡ଼ିଆ’ ସଫ୍ଟ୍‌ୱେର୍ ବ୍ୟବହାର କରି ମୁଁ ମୋର ଅଫିସ କାର୍ଯ୍ୟରେ ଅତି ସହଜରେ ଓଡିଆ ଲେଖି ପାରୁଛି । କମ୍ପ୍ୟୁଟର୍‌ରେ ଥିବା ଇଂରାଜୀ କି-ବୋର୍ଡ୍ ମାଧ୍ୟମରେ ଅତି ସହଜରେ ଓଡିଆରେ ଲେଖି ହୋଇପାରୁଥିବାରୁ ‘ଅପ୍ରାନ୍ତ ଓଡ଼ିଆ’ ସଫ୍ଟ୍‌ୱେର୍ ବେଶ୍ ଉପଯୋଗୀ ହୋଇପାରିଛି୤

Data Entry Operator, State Youth Welfare Board, Odisha