ଅପ୍ରାନ୍ତ ସଫ୍ଟ୍‌ୱେର୍‌ କ୍ରୟ ସମ୍ବନ୍ଧୀୟ ପ୍ରଶ୍ନ
ଯଦି ଠିକ୍‌ଭାବେ ବ୍ୟବହାର କରାଯାଏ ତେବେ ବର୍ଷ ବର୍ଷ ଧରି ଅପ୍ରାନ୍ତ ଓଡ଼ିଆ ବ୍ୟବହାର ହୋଇପାରିବ। କିନ୍ତୁ ଏଥିପାଇଁ ଆପଣଙ୍କୁ କେତେକ ନିର୍ଦ୍ଦିଷ୍ଟ ଦିଗ ପ୍ରତି ଯତ୍ନବାନ ହେବା ଆବଶ୍ୟକ ଯଥା : ହାର୍ଡଡିସ୍କ ଫର୍‌ମାଟିଂ ସମୟରେ ଅପ୍ରାନ୍ତ ଓଡ଼ିଆର ସଫଳ ଅପ୍ରତିଷ୍ଠାପନ ଆଦି।
ଅପ୍ରାନ୍ତ ସଫ୍ଟ୍‌ୱେର୍ କ୍ରୟ କରିବା ପାଇଁ ଆପଣ ଆମ ସଂସ୍ଥାର ବ୍ୟାଙ୍କ୍‌ ଖାତାରେ ନିର୍ଦ୍ଧାରିତ ମୁତାବକ କ୍ରୟ ମୂଲ୍ୟ ଜମା କରିବାକୁ ପଡ଼ିବ। ଏହା ବ୍ୟତୀତ ଆପଣ ନିର୍ଦ୍ଧାରିତ କ୍ରୟମୂଲ୍ୟକୁ ଅନ୍‌ଲାଇନ୍‌ ବା ମୋବାଇଲ୍‌ ଆପ୍‌ସ ମାଧ୍ୟମରେ ମଧ୍ୟ ଜମା କରିପାରିବେ। ଏହି ବିଷୟରେ ଜାଣିବା ପାଇଁ ଆପଣ- ୮୭୬୩୨-୫୪୫୫୭ /୯୪୩୭୨-୦୨୯୩୧ ମୋବାଇଲ୍‌ ନଂ ବା [email protected] କୁ ଇମେଲ୍‌ ପଠାଇପାରିବେ।
ଥରେ ଅପ୍ରାନ୍ତ ଆଇଏମ୍‌ଇ ବା ଅପ୍ରାନ୍ତ ସଫ୍ଟୱେର୍‌ ଆରମ୍ଭ ହେବା ପରେ ଏହାକୁ କାର୍ଯ୍ୟକ୍ଷମ ବା ସକ୍ରିୟ କରିବା ନିମନ୍ତେ କମ୍ପ୍ୟୁଟର୍‌ କି-ବୋର୍ଡର ଏଫ୍‌-୧୧ ବୋତାମକୁ ଦବାଇବା ଆବଶ୍ୟକ। ଏହି ବୋତାମ ବା ‘କି’ କୁ ଥରେ ଦବାଇବା ଦ୍ୱାରା ଅପ୍ରାନ୍ତ କି-ବୋର୍ଡ ସକ୍ରିୟ ହୋଇଥାଏ। ଏହା ଯୋଗୁଁ ଆପଣ କେବଳ ଓଡ଼ିଆରେ ଟାଇପ୍‌ କରିପାରିବେ, ଅର୍ଥାତ୍‌ ସେହି ସମୟରେ କି-ବୋର୍ଡ ମାଧ୍ୟମରେ ଇଂରାଜୀରେ ଟାଇପ୍‌ କରିବା ସମ୍ଭବ ହେବ ନାହିଁ। ଏଫ୍‌-୧୧ ବୋତାମକୁ ଆଉଥରେ ବା ଦ୍ୱିତୀୟ ଥର ଦବାଇବା ଦ୍ୱାରା ଅପ୍ରାନ୍ତ ଓଡ଼ିଆ କାର୍ଯ୍ୟ କରିବା ବନ୍ଦ ହୋଇଯାଇଥାଏ ବା ନିଷ୍କ୍ରିୟ ହୋଥାଏ।
ଅପ୍ରାନ୍ତ ସଫ୍ଟ୍‌ୱେର୍‌ ଓ ବିଭିନ୍ନ କମ୍ପ୍ୟୁଟର୍‌ ପ୍ରୟୋଗ
ହଁ, ବିଭିନ୍ନ ପ୍ରକାରର ଡିଟିପି କାର୍ଯ୍ୟ ଯଥା ଫୋଟୋସପ୍‌, କୋରାଲ୍‌ ଡ୍ର ଆଦିରେ ଅପ୍ରାନ୍ତ ଓଡ଼ିଆ ବ୍ୟବହାର ହୋଇପାରିବ, କିନ୍ତୁ ପେଜ୍‌ ମେକର୍‌ରେ ଅପ୍ରାନ୍ତ ଓଡ଼ିଆ ବ୍ୟବହାର କରାଯାଇପାରିବ ନାହିଁ।
ଅପ୍ରାନ୍ତ ସଫ୍ଟ୍‌ୱେର୍‌ ଓ ଓଡ଼ିଆ କି-ବୋର୍ଡ୍
ମୋଡୁଲାର, ଇନ୍‌ସ୍କ୍ରିପ୍ଟ ଓ ଫୋନେଟିକ୍‌ କି-ବୋର୍ଡ ମାଧ୍ୟମରେ ଅପ୍ରାନ୍ତ ଓଡ଼ିଆରେ ଟାଇପ୍‌ କରିହେବ।
ଏହି ଦୁଇଟି ହେଉଛି ଦୁଇଟି ଭିନ୍ନ ଭିନ୍ନ ପ୍ରକାରର ଟାଇପ୍‌ କରିବା ପ୍ରଣାଳୀ। ଯିଏ ଯେଉଁ ବ୍ୟବସ୍ଥା ସମ୍ପର୍କରେ ଅଭିଜ୍ଞ ସେ ସେହି ବ୍ୟବସ୍ଥାରେ ଟାଇପ୍‌ କରିପାରିବ।
ଏହା ଧ୍ୱନିଗତଭାବେ ଟାଇପ୍‌ କରିବାରେ ସୁବିଧା ହେଉଥିବାରୁ ଜଣେ ଟାଇପ୍‌ କରି ଶିଖି ନଥିବା ବ୍ୟକ୍ତି ମଧ୍ୟ ଟାଇପ୍‌ କରିପାରିବ। ଏଥିଯୋଗୁଁ ଫୋନେଟିକ୍‌ କି-ବୋର୍ଡ ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ।
ସମସ୍ତ ପ୍ରକାରର ଓଡ଼ିଆ ଯୁକ୍ତାକ୍ଷର, ଫଳା ଓ ମାତ୍ରା ଅପ୍ରାନ୍ତରେ ନିର୍ଭୂଲ୍‌ଭାବେ ଲେଖା ଯାଇପାରିବ।
ଅତସୀ ଓଡ଼ିଆ ଶବ୍ଦମାଳା

ଓଡ଼ିଆ ଭାଷାରେ ବ୍ୟବହାର ହେଉଥିବା ଲକ୍ଷାଧିକ ଶବ୍ଦର ସମାହାର ହେଉଛି ଅତସୀ ଓଡ଼ିଆ ଶବ୍ଦମାଳା। ଏହା ସାହାଯ୍ୟରେ ଆପଣ ବିଭିନ୍ନ ପ୍ରକାରର ଓଡ଼ିଆ ଶବ୍ଦ, ଏହାର ଅର୍ଥ ସହିତ ଶବ୍ଦ ସମ୍ପର୍କୀତ ଅନ୍ୟାନ୍ୟ ସୂଚନା ପାଇପାରିବେ। ଏହା ବ୍ୟତୀତ କୌଣସି ଓଡ଼ିଆ ଶବ୍ଦଟିଏ ଖୋଜି ପାଇବା ଖୁବ୍ ସହଜ। ଓଡ଼ିଆ ଶବ୍ଦଟିଏ ଲେଖି ଖୋଜିବା ପାଇଁ କୌଣସି ସ୍ୱତନ୍ତ୍ର ସଫ୍ଟ୍‌ୱେର୍‌ର ଆବଶ୍ୟକତା ନାହିଁ।

ବିପରୀତ ଶବ୍ଦ, ସମୋଚ୍ଚାରିତ ଶବ୍ଦ, ପ୍ରତି ଶବ୍ଦ, ସ୍ତ୍ରୀ ଲିଙ୍ଗ/ପୁଂ ଲିଙ୍ଗ, ବିଶେଷ୍ୟ/ବିଶେଷଣ, ରୂଢ଼ି ପ୍ରୟୋଗ ଇତ୍ୟାଦିର ସ୍ୱତନ୍ତ୍ର ସଂଗ୍ରହ ଯାହା ଛାତ୍ର/ଛାତ୍ରୀମାନଙ୍କ ପାଇଁ ବିଶେଷ ଉପଯୋଗୀ।

ଲକ୍ଷାଧିକ ଶବ୍ଦ ମଧ୍ୟରୁ କୌଣସି ଓଡ଼ିଆ ଶବ୍ଦ ଖୋଜିବା ସରଳ, କାରଣ ଆପଣ କେବଳ କୌଣସି ଶବ୍ଦର ପ୍ରଥମ କେତୋଟି ଅକ୍ଷର ଲେଖିଲେ ସେହି ଅକ୍ଷର ସହିତ ମେଳ ଖାଉଥିବା ଏକାଧିକ ଶବ୍ଦ ଆପଣ ଦେଖିବାକୁ ପାଇବେ। ଏହା ଫଳରେ ଆପଣ ଖୋଜୁଥିବା ଶବ୍ଦକୁ ସହଜରେ ପାଇପାରିବେ।
ଶବ୍ଦମାଳାରେ ରହିଥିବା ଶବ୍ଦଗୁଡ଼ିକ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ସମେତ ଅନ୍ୟାନ୍ୟ ବିଭିନ୍ନ ଉତ୍ସରୁ ସଂଗୃହୀତ ହୋଇଛି। ଭବିଷ୍ୟତରେ ଆଉ କିଛି ଉତ୍ସରୁ ସଂଗ୍ରହ କରି ଏହାକୁ ବିସ୍ତାର କରିବା ପାଇଁ ଯୋଜନା ରହିଛି।
ଓଡ଼ିଆ ବର୍ଣ୍ଣ ପରୀକ୍ଷକ
କେବଳ ମାଇକ୍ରୋସଫ୍ଟ ୱାର୍ଡ (MS Office Word) ମାଧ୍ୟମରେ ଆମେ ଓଡ଼ିଆ ବର୍ଣ୍ଣ ପରୀକ୍ଷକକୁ ବ୍ୟବହାର କରିପାରିବା। କାରଣ ଆମେ ସାଧାରଣଭାବେ କୌଣସି ଶବ୍ଦ ବା ବାକ୍ୟ ଏମ୍‌ ଏସ୍‌ ୱାର୍ଡକୁ ବ୍ୟବହାର କରି ଲେଖିଥାଉ।
କୌଣସି ଓଡ଼ିଆ ଶବ୍ଦର ବନାନ ଶୁଦ୍ଧି ବା ଅଶୁଦ୍ଧି ଜାଣିବା ପାଇଁ ଓଡ଼ିଆ ବର୍ଣ୍ଣ ପରୀକ୍ଷକର ବ୍ୟବହାର କରିପାରିବା। ବିଭିନ୍ନ ପ୍ରକାରର ବନାନଗତ ଅଶୁଦ୍ଧି କିମ୍ବା ଲେଖିବା ସମୟରେ ଭୁଲ୍‌ବଶତଃ ଛାଡ଼ି ଯାଇଥିବା ଅକ୍ଷର , ମାତ୍ରା କିମ୍ବା ଫଳା ଜନିତ ତ୍ରୁଟି ଆଦି ବର୍ଣ୍ଣ ପରୀକ୍ଷକ ମାଧ୍ୟମରେ ପରୀକ୍ଷା କରାଯାଇପାରିବ।
ଯେ କୌଣସି ୟୁନିକୋଡ୍ ଫଣ୍ଟ୍ ଦ୍ୱାରା ଲିଖିତ ଓଡ଼ିଆ ଲେଖାକୁ ଓଡ଼ିଆ ବର୍ଣ୍ଣ ପରୀକ୍ଷକ ମାଧ୍ୟମରେ ପରୀକ୍ଷା କରାଯାଇପାରିବ, କାରଣ ଏହା ୟୁନିକୋଡ୍ ମାନକକୁ ନେଇ ନିର୍ମିତ।